ଭୁବନେଶ୍ୱର, ୨୭।୧: ଆଜିଠୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଭାଗ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ଆଉ ୧ ଲକ୍ଷ ୬୦ହଜାର ୪୭୩ ଜଣଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦ୍ୱିତୀୟ ଭାଗ ଟିକାକରଣ କେବଳ ରାଜଧାନୀ ଭୁବନେଶ୍ୱରରେ ହୋଇଥିଲା। ଭୁବନେଶ୍ୱରର ୧୧ଟି କେନ୍ଦ୍ରରେ ମୋଟ ୧୧୩୭ ଜଣ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ଟୀକା ନେଇଛନ୍ତି। ରାଜ୍ୟର ମୋଟ ୩ଲକ୍ଷ ୩୮ହଜାର ୭୦୦ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରୁ ଆଜିସୁଦ୍ଧା ୧ଲକ୍ଷ ୭୮ହଜାର ୨୨୭ଜଣ ଟିକା ନେଇସାରିଛନ୍ତି। ବାକି ୧ଲକ୍ଷ ୬୦ହଜାର ୪୭୩ଜଣଙ୍କୁ ଫେବୃୟାରୀ ୧୦ତାରିଖ ସୁଦ୍ଧା ଟିକା ପ୍ରଦାନ କରାଯିବ।
ଆସନ୍ତାକାଲିଠୁ ସମସ୍ତ ଜିଲ୍ଲାରେ ଏହି ଦ୍ୱିତୀୟ ଭାଗ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଟିକାରୁ ବଞ୍ଚିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପର୍ଯ୍ୟାୟକ୍ରମେ ଡକାଯିବ। ଯେଉଁମାନେ ଖବର ପାଇବା ପରେ ବି ଟିକା ନନେବେ ସେମାନଙ୍କୁ ଆଉ ସରକାରଙ୍କ ମାଗଣା ଟିକାକରଣ ଅଭିଯାନରେ ସାମିଲ କରାଯିବ ନାହିଁ। ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କ ଶରୀରରେ ଏବେ ସୁଦ୍ଧା କୌଣସି ପାର୍ଶ୍ବ ପ୍ରତିକ୍ରିୟାର ଖବର ଆସିନି।
Comments are closed.