୩ ମାସରେ ଦେଶରେ ସ୍ଥାପନ ହେବ ୫୦୦ ମେଡିକାଲ ଅକ୍ସିଜେନ୍‌ ପ୍ଲାଣ୍ଟ

ନୂଆଦିଲ୍ଲୀ, ୨୯।୪: ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ସାରା ଦେଶରେ ଆଗାମୀ ୩ ମାସ ମଧ୍ୟରେ ୫୦୦ ମେଡିକାଲ ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପନ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଏହା ପ୍ରକାଶ କରିଛନ୍ତି। ଏଥିପାଇଁ ପିଏମ୍‌ କେୟାର୍ସ ଫଣ୍ଡରୁ ଟଙ୍କା ଯୋଗାଇ ଦିଆଯିବ।

ଏ ସଂପର୍କରେ ଟ୍ୱିଟ୍‌ କରି ରାଜନାଥ ଲେଖିଛନ୍ତି, ଡିଆରଡିଓ ଦ୍ୱାରା ବିକଶିତ ହୋଇଥିବା ମେଡିକାଲ ଅକ୍ସିଜେନ୍‌ ପ୍ଲାଣ୍ଟ ଟେକ୍ନୋଲୋଜି ଯାହାକି ତେଜସ୍‌ରେ ଅନ୍‌ବୋର୍ଡ ଅକ୍ସିଜେନ୍‌ ଜେନେରେସନ୍‌ର କାମ କରିଥାଏ, ବର୍ତ୍ତମାନ ତାହା କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ସଙ୍କଟର ମୁକାବିଲା କରିବା ଦିଗରେ କାମରେ ଆସିବ। ଅନ୍ୟପଟେ ଡିଆର୍‌ଡିଓ ପକ୍ଷରୁ ହିସାର ଓ ପାନିପତ୍‌ରେ କୋଭିଡ୍‌ ରୋଗୀଙ୍କ ପାଇଁ ୫୦୦ ବେଡ୍‌ ବିଶିଷ୍ଟ ଦୁଇଟି ହସ୍ପିଟାଲ ସ୍ଥାପିତ କରାଯିବ ବୋଲି ହରିଆନାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ ପ୍ରକାଶ କରିଛନ୍ତି ।

Comments are closed.