ଜୁନ ୨ରୁ ପ୍ରଥମ ପର୍ଯ୍ୟାୟ, ଜୁନ ୧୩ରେ ଦ୍ବିତୀୟ ପର୍ଯ୍ୟାୟ +୨ ପରୀକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର ୨୮।୫: ଜୁନ୍ ୨ରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଏପ୍ରିଲ ୨୮ ତାରିଖରେ ଆରମ୍ଭ ହୋଇ ମେ’ ୨୮ ତାରିଖ ଶେଷ ହୋଇଥିଲା।

ସୂଚନା ମୁତାବକ, ଆସନ୍ତା ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ। ରାଜ୍ୟର ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ କରିବାକୁ ଯୋଜନା କରାଯାଇଛି। ୨ଟି ପର୍ଯ୍ୟାୟରେ +୨ ଖାତା ମୂଲ୍ୟାୟନ ହେବ। ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବାକୁ ଥିବାବେଳେ ଜୁନ୍ ୧୩ରୁ ୨୨ ଯାଏ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ।

Comments are closed.