ଭୁବନେଶ୍ୱର,୩/୬: ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ୩ ବିଜେଡି ପ୍ରାର୍ଥୀ। ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଦିନ ୧୧ଟାରୁ ୩ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି ରହିଥିଲା। ଅବଧି ସମୟ ଶେଷ ହେବା ପରେ ୩ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର। ରାଜ୍ୟସଭା ପାଇଁ ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନ ଥିବାରୁ ବିଜେପି କି କଂଗ୍ରେସ କେହି ପ୍ରାର୍ଥୀ ଦେଇନଥିଲେ। ଏଣୁ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।
Comments are closed.