ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିଲା ମୋହର

0

ଭୁବନେଶ୍ବର, ୧୨/୮: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ ଏଥିରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛିମିଲେଟ ମିନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଞ୍ଜୁରୀ ମିଳିଛି ସେହିଭଳି ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ନିର୍ମାଣ ହେବ ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଧ୍ୟ ମଞ୍ଜୁରୀ ମିଳିଛି

କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ୪ ବ୍ଲକ୍‌ର ୨୭୧ଟି ଗାଁର ଲୋକଙ୍କୁ ଯୋଗାଣ ହେବ ଶୁଦ୍ଧ ପାନୀୟ ଜଳ ୨୪ ମାସରେ ସରିବ କାମ ଖର୍ଚ୍ଚ ହେବ ୫୦୧ କୋଟି ୮୫ ଲକ୍ଷ ଟଙ୍କା ସେହିପରି ବାଲେଶ୍ୱରର ୨ଟି ପ୍ରକଳ୍ପ ହେବ, ଖର୍ଚ୍ଚ ହେବ ୨୯୧ କୋଟି ୬୨ ଲକ୍ଷ ଏବଂ କେନ୍ଦ୍ରାପଡ଼ାର ୩ଟି ବ୍ଲକ୍‌ରେ ହେବ ପ୍ରକଳ୍ପ। ୪୧୬ କୋଟି ୫୭ ଲକ୍ଷ ଖର୍ଚ୍ଚ କରିବାକୁ ସରକାର ଯୋଜନା ରଖିଛନ୍ତି। ଓଏମସି ସହ କଳିଙ୍ଗ ଆଇରନ ଓ୍ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି

Leave A Reply

Your email address will not be published.