ଭୁବନେଶ୍ୱର, ୧୦/୧୨:କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ପାରାଦୀପ ସମେତ ତିନୋଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି। ଅନ୍ୟ ଦୁଇଟି ବନ୍ଦର ଗୁଜରାଟ ଏବଂ ତାମିଲନାଡୁରେ ଅଛି।
ଏନଜିଏଚଏମ ଭାରତକୁ ସବୁଜ ହାଇଡ୍ରୋଜେନ ଏବଂ ଏହାର ଡେରିଭେଟିଭ୍ସର ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନିରେ ବିଶ୍ୱର ଏକ ସ୍ବତନ୍ତ୍ର ହାସଲ କରାଇବାକୁ ଚାହୁଁଛି। ଏହି ମିଶନ ଉତ୍ପାଦନ ଏବଂ ବ୍ୟବହାର ପାଇଁ ଗୁରୁତ୍ବପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ସହିତ ବୃହତ ପରିମାଣର ହାଇଡ୍ରୋଜେନ ହବ୍ଗୁଡ଼ିକର ବିକାଶକୁ ପ୍ରୋତ୍ସାହିତ କରିବ। ଏହି ପଦକ୍ଷେପ ଏକ ସ୍ଥାୟୀ ଏବଂ ପ୍ରତିଯୋଗିତାମୂଳକ ହାଇଡ୍ରୋଜେନ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ।
ଦୀର୍ଘ ଦୂରତା ହାଇଡ୍ରୋଜେନ ପରିବହନର ଲଜିଷ୍ଟିକ୍ ଏବଂ ବୈଷୟିକ ଚ୍ୟାଲେଞ୍ଜଗୁଡ଼ିକୁ ଚିହ୍ନଟ କରି ମିଶନ ପକ୍ଷରୁ ଏକ କ୍ଲଷ୍ଟର-ଆଧାରିତ ବିକାଶ ରଣନୀତି ଗ୍ରହଣ କରାଯିବ।। ଏହି ପଦ୍ଧତି ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକ୍ଷମତାକୁ ସମର୍ଥନ କରିବ। ଏହା ସହିତ ଭିତ୍ତିଭୂମି ସମନ୍ୱୟକୁ ପ୍ରୋତ୍ସାହିତ କରି ଅର୍ଥନୀତିକୁ ବିକାଶ କରିବ। ଚଳିତ ବର୍ଷ ପ୍ରକାଶିତ ହାଇଡ୍ରୋଜେନ୍ ଭ୍ୟାଲି ଇନୋଭେସନ୍ କ୍ଲଷ୍ଟର ଏବଂ ଜିଏଚଏଚ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶାବଳୀରେ ବୃହତ ପରିମାଣର ହାଇଡ୍ରୋଜେନ୍ କାର୍ଯ୍ୟକଳାପ ଲାଗି ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ ଏବଂ ସମର୍ଥନ କରିବା ପାଇଁ ମାନଦଣ୍ଡକୁ ରୂପରେଖା ପ୍ରଦାନ କରାଯାଇଛି।
ଏହି ବନ୍ଦରଗୁଡ଼ିକର ଶିଳ୍ପ ଅଂଶଗ୍ରହଣକୁ ବୃଦ୍ଧି କରିବା ସହିତ ସବୁଜ ନିବେଶକୁ ଆକର୍ଷିତ କରିବ ଏବଂ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିବିଦ୍ୟାରେ ନବସୃଜନକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ବୋଲି ସରକାରେ କହିଛନ୍ତି। ଯାହା ଭାରତର ଶକ୍ତି ସ୍ୱାଧୀନତାର ବ୍ୟାପକ ଲକ୍ଷ୍ୟ ଏବଂ ୨୦୭୦ ସୁଦ୍ଧା ନେଟ୍-ଶୂନ ନିର୍ଗମନ ହାସଲ କରିବା ସହିତ ସମନ୍ୱୟ ରଖିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
Comments are closed.