ଭୁବନେଶ୍ୱର, ୨୮।୧୨: ସରକାରୀ ବିଦ୍ୟାଳୟରେ ପଢିଲେ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢାରେ ମିଳିବ ସଂରକ୍ଷଣ। ଏହି ସଂରକ୍ଷଣ ପାଇଁ କ୍ୟାବିନେଟ୍ ସଂକଳ୍ପ ନିଆଯାଇଛି। ଓଡ଼ିଆ ମାଧ୍ୟମରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ନିଟ୍ ଓ ଜେଇଇ ପରି ଏକକ ପରୀକ୍ଷା ପ୍ରବର୍ତ୍ତନ କରାଯାଇଛି। ଏଥିରେ ଓଡ଼ିଶାର ସରକାରୀ ବିଦ୍ୟାଳୟରେ ଓଡ଼ିଆ ମାଧ୍ୟମରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଛି। ଉପଯୁକ୍ତ କୋଚିଂ ପାଉ ନଥିବା ଯୋଗୁଁ ଅନେକ ପିଲା ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ।
ସେମାନଙ୍କୁ ସମାନ ସୁଯୋଗ ଦେବା ପାଇଁ ଓଡ଼ିଶାର ସରକାରୀ ବିଦ୍ୟାଳୟମାନଙ୍କରେ ଓଡ଼ିଆ ମାଧ୍ୟମରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ଦେବା ପାଇଁ କ୍ୟାବିନେଟ୍ରେ ସଙ୍କଳ୍ପ ନିଆଯାଇଛି। ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ। ସେମାନଙ୍କର ଡାକ୍ତର ଓ ଇଂଜିନିୟର ହେବାର ସ୍ୱପ୍ନ ସଫଳ ହେବ। ଏଥିପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କମିଟିରେ ଖ୍ୟାତି ସମ୍ପନ୍ନ ଶିକ୍ଷିବିତ୍ ରହିବେ। ଆସନ୍ତା ୩ ମାସ ମଧ୍ୟରେ ସେମାନେ ସରକାରଙ୍କୁ ନିଜର ରିପୋର୍ଟ ଦେବେ ।
Comments are closed.