୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କ୍ୟାପିଟାଲ୍ ହସ୍ପିଟାଲ୍ର ଡାକ୍ତର, ଧରାପଡ଼ିଗଲେ
ଭୁବନେଶ୍ବର, ୧୭/୮: ଏକ ଅଣସରକାରୀ ସ୍ବେଚ୍ଛାସେବୀ ସଂଗଠନ (ଏନ୍ଜିଓ)ର ବିଲ୍ ପଇଠ କରିବା ନଥିରେ ସ୍ବାକ୍ଷର କରିବା ନିମନ୍ତେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ର ଡାକ୍ତର ସତ୍ୟଜିତ ବେହେରା। ମାମଲାର ବିବରଣୀ ଅନୁସାରେ, କ୍ୟାପିଟାଲ୍ ହସ୍ପିଟାଲ୍ର ଆଶୁ ଚିକିତ୍ସା ବିଭାଗକୁ ଆସୁଥିବା ଅଜ୍ଞାତ ଏବଂ ନିରାଶ୍ରୟ ରୋଗୀଙ୍କୁ ସହାୟତା କରିବା ପାଇଁ ଏକ ଏନ୍ଜିଓକୁ ନିୟୋଜିତ କରାଯାଇଥିଲା। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଡାକ୍ତର
ଏହି ଏନ୍ଜିଓର କର୍ମଚାରୀମାନଙ୍କ ଦୁଇ ମାସର (ଜୁନ୍ ଓ ଜୁଲାଇ, ୨୦୨୬) ଦରମା ମଞ୍ଜୁର ପାଇଁ ଆବଶ୍ୟକ କାର୍ଯ୍ୟ ପ୍ରମାଣପତ୍ର (work certificate) ରେ ସ୍ୱାକ୍ଷର କରିବା ନିମନ୍ତେ ୩୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଏନ୍ଜିଓର କର୍ମକର୍ତ୍ତା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗ ନଂ୧୯/୨୦୨୬ରେ ପିସି ଆଇନ ୨୦୧୮ର ଧାରା ୭ରେ ଏକ ମାମଲା ରୁଜୁ କରିଥିଲା।
ଆଜି ଯୋଜନାବଦ୍ଧ ଭାବେ ଭିଜିଲାନ୍ସର ଏକ ଟିମ୍ ଅଭିଯୋଗକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଡାକ୍ତର ବେହେରାଙ୍କୁ ରଙ୍ଗେହାତ ଧରିଥିଲେ। ଅଭିଯୁକ୍ତ ଡାକ୍ତରଙ୍କ ନିକଟରୁ ଉକ୍ତ ୩୦,୦୦୦ ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି। ସମ୍ପ୍ରତି ଅସାଧୁ ଉପାୟରେ ସମ୍ପତ୍ତି ଠୁଳ (DA angle) ଅଭିଯୋଗରେ ଡାକ୍ତର ବେହେରାଙ୍କ ସହ ଜଡ଼ିତ ତିନିଟି ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରାଯାଇଛି।
Comments are closed.