ଅଭିନେତା ଶାନ୍ତିସ୍ବରୂପ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର, ୨୪।୧: ଓଲିଉଡ୍ର ବର୍ଷିୟାନ୍ ଚଳଚ୍ଚିତ୍ର ଅଭିନେତା ଶାନ୍ତିସ୍ୱରୂପ ମିଶ୍ରଙ୍କ ପରଲୋକ ହୋଇଛି। ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଗାଧୁଆ ଘରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ ଶାନ୍ତି ସ୍ୱରୂପ। ୧୯୭୪ରେ ମନ ଆକାଶ, ୧୯୭୬ କୃଷ୍ଣ ସୁଦାମା ଆଦି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସେ। ନିତାଇ ପାଲିତ୍ଙ୍କ ନିର୍ଦ୍ଦେଶନାରେ ଆଇଡିଆଲ୍ ପ୍ରଡକ୍ସନ ଦ୍ୱାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମନ ଆକାଶ ୧୯୭୪ ମସିହାରେ ମୁକ୍ତିଲାଭ କରିଥିଲା । ନାଟ୍ୟକାର ବସନ୍ତ କୁମାର ମହାପାତ୍ରଙ୍କ ପ୍ରଥମ ନାଟକ ‘ଝରାବଉଳ’ ଅବଲମ୍ବନରେ ଏହା ତିଆରି ହେଇଥିଲା। ସମ୍ବଲପୁରର ରାହସ ବିହରୀ ମିଶ୍ର ଏହାର ପ୍ରଯୋଜନା କରିଥିବା ବେଳେ ତାଙ୍କ ପୁଅ ଶାନ୍ତିସ୍ୱରୂପ ମିଶ୍ର ନାୟକ ଭୂମିକାରେ ଅଭିନୟ କରିଥିଲେ।

Comments are closed.