ଆମେରିକାର ରାଷ୍ଟ୍ରପତି ଭାବେ ଶାସନ କରିବେ ଜୋ ବାଇଡେନ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟର ଦ୍ୱାର ଦେଶରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ। ହ୍ୱାଇଟ ହାଉସ୍‌ ଠାରୁ ସେ ଅଳ୍ପ ଦୂରରେ ଅଛନ୍ତି। ଆଉ ଗୋଟିଏ ଷ୍ଟେଟ୍ସ ଜିତିଲେ ସେ ହ୍ୱାଇଟ ହାଉସ ଦଖଲ କରିବେ।  ଓ୍ୱିସ୍କନ୍ସିନ୍ ଓ ମିସିଗାନ ଜିତିବା ପରେ, ରେକର୍ଡ ୭ କୋଟି ୧୦ ଲକ୍ଷରୁ ଅଧିକ ଭୋଟ ସହ ଆଗରେ ରହିଛି ଡେମୋକ୍ରାଟିକ ପାର୍ଟି। ନିଜର ବିଜୟ ସମ୍ଭାବନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ଦେଖି, ସେ ଆମେରିକାର ରାଷ୍ଟ୍ରପତି ଭାବେ ଶାସନ କରିବେ ବୋଲି ଘୋଷଣା କରିଛନ୍ତି ;ହେଲେ ପରାଜୟ ମାନିବାକୁ ପ୍ରସ୍ତୁତ ନୁହନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ସେ ଏବେ ମଧ୍ୟ ବିଜୟ ଆଶା ଛାଡ଼ି ନାହାନ୍ତି। ସେ ଅଭିଯୋଗ କରିଛନ୍ତି, ନିର୍ବାଚନରେ ଅନିୟମିତତା ହୋଇଛି। ନିର୍ବାଚନକୁ ଚୋରି କରିବାକୁ ଉଦ୍ୟମ କରୁଛନ୍ତି ଡେମୋକ୍ରାଟ। ବିଶେଷ କରି ପୋଷ୍ଟାଲ ବାଲଟ ଗଣତିକୁ ନେଇ ତାଙ୍କର ଆପତ୍ତି ଅଛି। ଅଦାଲତକୁ ଯିବା ପାଇଁ ସେ ଧମକ ଦେଇଛନ୍ତି। କେତେକ ସ୍ଥାନରେ ଟ୍ରମ୍ପଙ୍କ ସମର୍ଥକମାନେ ବିକ୍ଷୋଭ ମଧ୍ୟ କରିଛନ୍ତି।

Comments are closed.