ଦଳ ରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ

BJD ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ।ସେ କହିଛନ୍ତି ଯେ ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନଦେବାରୁ ଇସ୍ତଫା ଦେଇଛି। ଉପନିର୍ବାଚନରେ ଯାହା ଦାୟିତ୍ୱ ଦିଆଯାଇଥିଲା କରିଥିଲି ବୋଲି ସେ କହିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଲାଗି ଗତକାଲି  ତାଙ୍କୁ ଦଳରୁ ସସ୍‌ପେଣ୍ଡ୍ କରାଯାଇଥିଲା । ଏ ନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଥିଲା। ପୂର୍ବରୁ ବାଲେଶ୍ୱରରୁ ବିଜେଡି ବିଧାୟକ ଥିଲେ ଜୀବନ ପ୍ରଦୀପ ଦାସ।

Comments are closed.