ସରିଲା ବିଜେଡି କାର୍ଯ୍ୟକାରିଣୀ ବୈଠକ: ୯ଟି ରାଜନୈତିକ ପ୍ରସ୍ତାବ ପାରିତ

ଭୁବନେଶ୍ବର, ୨୦।୧୨:  ସରିଲା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଆଜି ବିଜେଡି ସୁପ୍ରିମୋ ତଥା ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏଥିରେ ଭିଡିଓ କନ୍‌ଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ୯ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି।

ବୈଠକରେ ସ୍ୱାମୀନାଥନ କମିଟି ସୁପାରିଶ କ୍ରମେ ଚାଷୀଙ୍କୁ ଏମ୍‌ଏସ୍‌ପି ଦେବାକୁ ପ୍ରସ୍ତାବ ଦିଆଯାଇଛି। ଏଥିସହ ପ୍ରସ୍ତାବଗୁଡିକ ମଧ୍ୟରେ ମହିଳାଙ୍କ ସଂରକ୍ଷଣ କଥା ମଧ୍ୟ ଉଠାଇଛି ବିଜେଡି। ବିଧାନସଭା ସଂସଦରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ମଧ୍ୟ ଦାବି ହୋଇଛି ଓଡ଼ିଶାର ସଂସ୍କୃତି ଐତିହ୍ୟ ସୁରକ୍ଷା ଦାବି ସହ ଓଡ଼ିଶାର ବରପୁତ୍ରମାନଙ୍କ ଗାଁକୁ ଆଦର୍ଶ ଗ୍ରାମ ଭାବ ଗ୍ରହଣ କରିବାକୁ ଦଳ ପ୍ରସ୍ତାବ ଦେଇଛି ଓଡ଼ିଶୀ ସେହିପରି ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦାବି ଲାଗି କାର୍ଯ୍ୟକାରିଣୀ ବୈଠକରେ ଦଳ ପ୍ରସ୍ତାବ ଦେଇଛି।  ଏହାସହ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଦଳ ଦୋହରାଇଛି

ବୈଠକରେ ରାଜନୈତିକ ପ୍ରସ୍ତାବ ଆଳରେ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି ଦଳ କହିଛି, କେନ୍ଦ୍ରର ଅବହେଳା ରାଜ୍ୟର ବିକାଶ ଦିଗରେ ବାଧକ ସାଜିଛି ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢେଇ ଜାରି ରହିବ । ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକାରିଣୀ ବୈଠକରେ ୮୦ ଜଣ ସଦସ୍ୟ ନିମନ୍ତ୍ରିତ ଉପସଭାପତି ଉପସ୍ଥିତ ଥିଲେ।

Comments are closed.