ନୂଆଦିଲ୍ଲୀରେ ବିଜେପିର ବୈଠକ ଶେଷ: ବିଜେଡି-ବିଜେପି ମେଣ୍ଟ ନେଇ ଖୁବଶୀଘ୍ର ହୋଇପାରେ ବଡ଼ ଘୋଷଣା

0

ନୂଆଦିଲ୍ଲୀ/ଭୁବନେଶ୍ବର, ୭/୩: ବିଜେଡି ସହିତ ବିଜେପିର ମେଣ୍ଟ ନେଇ ନୂଆଦିଲ୍ଲୀରୁ ସଂକେତ ମିଳିଛି। ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ଆଜି ଅପରାହ୍‌ଣରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଚାଲିଥିବା ବୈଠକ ଶେଷ ହୋଇଛି। ଗତକାଲି ଭଳି ଆଜି ମଧ୍ୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡ଼ିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି। ତେଣୁ ଏହି ସଂକେତରୁ ଜଣାପଡୁଛି ଯେ, କୌଣସି ବି ମୁହୁର୍ତ୍ତରେ ବଡ଼ ଘୋଷଣା ହୋଇପାରେ।

ସୂଚନା ଅନୁସାରେ, ଦୁଇ ଦଳ ମଧ୍ୟରେ ହେବାକୁ ଯାଉଥିବା ମେଣ୍ଟର ରୂପରେଖ କଣ ରହିବ, ସେଥିପାଇଁ ବୈଠକରେ ଆଲୋଚନା ଜାରି ରହିଛି। ବିଜେଡି-ବିଜେପି ମେଣ୍ଟ ନେଇ ଧୀରେଧୀରେ ସ୍ପଷ୍ଟ ହେଉଛି ଚିତ୍ର। ଏଥିସହ ଗତ ନିର୍ବାଚନର ପରିସଂଖ୍ୟନକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ମେଣ୍ଟକୁ ନେଇ ଦୁଇ ଦଳ ମଧ୍ୟରେ ଚାଲିଥିବା ଆଲୋଚନା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଗତକାଲି ନବୀନ ନିବାସରେ ଦୁଇଟି ପର୍ଯ୍ୟାୟରେ ବୈଠକ ବସିଥିଲା। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡିର ‌ଶୀର୍ଷସ୍ତରରେ ନେତାମାନେ ସାମିଲ ଥିଲେ। ଦ୍ବିତୀୟ ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ କହିଥିଲେ, ସବୁ ଆସପେକ୍ଟକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ୨୦୩୬ ମସିହାର ଆଭିମୁଖ୍ୟକୁ ଆଖି ଆଗରେ ରଖି ବିଜେଡି ତାର ନିଷ୍ପତି ନେବ।

 

Leave A Reply

Your email address will not be published.