ବସ୍‌ ଓଲଟି ୩୦ ଆହତ

ଭୁବନେଶ୍ବର, ୧୩।୧୨:  କଳାହାଣ୍ଡି ଜିଲ୍ଲା କେନ୍ଦୁଗୁଡ଼ାଠାରେ ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ହାଇଦ୍ରାବାଦ୍‌ ଅଭିମୁଖେ ଯାଉଥିବା ବସ୍‌ କଳାହାଣ୍ଡି ଜିଲ୍ଲାର କୋକଶରା ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ାଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ବସ୍‌ରେ ଥିବା ୩୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବସ୍‌ଟିକୁ ମଧ୍ୟ ଉଦ୍ଧାର କରୁଛନ୍ତି ଅଗ୍ନିଶମ ବିଭାଗ ।

 

Comments are closed.