ଏ ବର୍ଷ ହେବନି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼, ୧୩।୧୨: କରୋନା ସଂକଟ ସମୟରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସୀମିତି ଭକ୍ତରେ ସମ୍ପାଦିତ ହୋଇଥିବା ବେଳେ କିନ୍ତୁ ଧନୁଯାତ୍ରାର ଭାଗ୍ୟ ଫିଟିପାରିନ। କାରଣ ଚଳିତ ବର୍ଷ ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜିଲ୍ଲାପାଳଙ୍କ ସହିତ ଧନୁଯାତ୍ରା କମିଟିର ସଦସ୍ୟମାନେ ଆଲୋଚନା କରିବା ପରେ ଚଳିତ ବର୍ଷ ଧନୁଯାତ୍ରା ନ କରିବାକୁ ନିଷ୍କତ୍ତି ହୋଇଛି।

Comments are closed.