କମିଲା ବସ୍‌ ଭଡ଼ା, କିଲୋମିଟର ପିଛା କମିଲା ୫ ପଇସା

0

ଭୁବନେଶ୍ୱର, ୬।୧୧: ବସ୍‌ଯାତ୍ରୀଙ୍କ ପାଇଁ ଖୁସି ଖବର। ଡିଜେଲ୍ ଦର ହ୍ରାସ ପାଇବା ପରେ ରାଜ୍ୟ ପରିବହନ ବିଭାଗ ବସ୍‌ ଭଡ଼ା ହ୍ରାସ କରିଛି। ବସ୍ ଭଡ଼ା କିଲୋମିଟର ପିଛା ୫ ପଇସା ହ୍ରାସ ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୫ ପଇସା କମିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା କିଲୋମିଟର ପିଛା ୧୦ ପଇସା କମିଛି ।

ସୂଚନାନୁଯାୟୀ, ଡିଜେଲ ଦର ହ୍ରାସ ପାଇବା ପରେ ସ୍ୱୟଂକ୍ରିୟ ପଦ୍ଧତିରେ ଏହି ବସ୍‌ଭଡ଼ା ହ୍ରାସ ନେଇ ପରିବହନ କମିସନର୍‌ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ସହ ତତ୍କାଳ ଲାଗୁ କରାଯାଇଛି। ଅର୍ଡିନାରୀ ବସ୍‌ ଭଡ଼ା ୧ କି.ମି ପିଛା ୯୨ ପଇସାରୁ ୮୭ ପଇସା ହୋଇଥିଲା ବେଳେ ଏକ୍ସପ୍ରେସର ଭଡ଼ା କି.ମି ପିଛା ୯୬ ପଇସାରୁ ୯୧ ପଇସାକୁ କମିଛି। ସେହିପରି ଡିଲକ୍ସ ଭଡ଼ା ୧ ଟଙ୍କା ୩୫ ପଇସାରୁ ୧ ଟଙ୍କା ୨୫ ପଇସା ଏବଂ ଏସି ଡିଲକ୍ସ ବସ୍‌ଭଡ଼ା ୧ ଟଙ୍କା ୬୩ ପଇସାରୁ ୧ ଟଙ୍କା ୫୩ ପଇସାକୁ କମିଛି। ଏତଦ୍ ବ୍ୟତୀତ ସୁପର ପ୍ରିମିୟମ୍ ବସ୍ ଭଡ଼ା କି.ମି ପିଛା ୨ ଟଙ୍କା ୫୩ ପଇସାରୁ ୨ ଟଙ୍କା ୩୮ ପଇସାକୁ ହ୍ରାସ ପାଇଛି।

 

Leave A Reply

Your email address will not be published.