ଏକ୍ସପାୟାରୀ ଔଷଧକୁ ନେଇ ଆସିଲା ମାର୍ଗଦର୍ଶିକା: ପ୍ରତିଦିନ ଏକ୍ସପାୟାରୀ ତାରିଖ ଯାଞ୍ଚ କରିବେ ମେଡିସିନ୍ ଷ୍ଟୋର

0

ନୂଆଦିଲ୍ଲୀ, ୨୬।୧୧: ଏକ୍ସପାୟାରି ମେଡିସିନ୍‌ର ବଣ୍ଟନ ଓ ବ୍ୟବହାର ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସିବା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି ସବୁ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଓ ମେଡିକାଲ କଲେଜର କର୍ତୃପକ୍ଷମାନଙ୍କୁ ଏନେଇ ଚିଠି ଲେଖାଯାଇଛି ପ୍ରତି ଔଷଧର ଏକ୍ସପାୟାରି ତାରିଖକୁ ଭଲ ଭାବେ ଲେଖାଯିବା ଦରକାର ଔଷଧ ଦୋକାନକୁ ଔଷଧ ନିଆଗଲା ବେଳେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଏକ୍ସପାୟାରି ତାରିଖ ନେଇ ତଥ୍ୟ ରହିବ ବୋଲି କୁହାଯାଇଛିପ୍ରତିଦିନ ସବୁ ଔଷଧଗୁଡ଼ିକର ଏକ୍ସପାୟାରି ତାରିଖ ଯାଞ୍ଚ ହେବ, ଆଉ ଯେଉଁସବୁ ଔଷଧର ଆଗାମୀ ତିନି ମାସ ମଧ୍ୟରେ ବ୍ୟବହାର ଅବଧି ସରିଯିବ, ସେ ସବୁକୁ ଅଲଗା ଭାବେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛିତେବେ ଯଦି ଜରୁରି ସ୍ଥିତିରେ କୌଣସି ଔଷଧ ଆବଶ୍ୟକ ହୁଏ ଓ ଏହାର ବିକଳ୍ପ ନମିଳେ, ତାହେଲେ ସଂପୃକ୍ତି ଔଷଧକୁ ଅବଧି ସରିବା ଯାଏ ବ୍ୟବହାର କରାଯାଇପାରି ଏହାସହ ପ୍ରତି ଔଷଧ ବଣ୍ଟନ ବେଳେ ଏହାର ଏକ୍ସପାୟାରି ତାରିଖ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି ଏଥିସହ ପ୍ରତିମାସ ଔଷଧଗୁଡ଼ିକର କଡ଼ାଡ଼ି ଅନୁଧ୍ୟାନ କରିବେ ଔଷଧ ଯାଞ୍ଚ କମିଟି

Leave A Reply

Your email address will not be published.