କୋହଳ ହେଲା ବିମାନ ଚଳାଚଳ କଟକଣା, ୧୮ରୁ ହଟିବ କଟକଣା

ନୂଆଦିଲ୍ଲୀ, ୧୨।୧୦: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି। କରୋନା ମହାମାରୀ ଯୋଗୁ ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଥିବା କଟକଣାକୁ ହଟାଇ ଦେଇଛି ମନ୍ତ୍ରଣାଳୟ। ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନ ନିଜର କ୍ଷମତା ଅନୁଯାୟୀ ଯାତ୍ରୀଙ୍କୁ ନେଇପାରିବେ।  କୋଭିଡ୍ ଯୋଗୁଁ ଘରୋଇ ବିମାନ ପାଇଁ  ୮୫ ପ୍ରତିଶତ କଟକଣା ଲାଗୁ ହୋଇଥିଲା। ତେବେ ଅକ୍ଟୋବର ୧୮ରୁ ଏହି କଟକଣା ରହିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଘରୋଇ ବିମାନଗୁଡ଼ିକ ସେମାନଙ୍କ କ୍ଷମତା ଅନୁଯାୟୀ ଯାତ୍ରୀ ନେଇପାରିବେ ବୋଲି କୁହାଯାଇଛି। ତେବେ କରୋନର ଗାଇଡଲଲାଇନକୁ ମାନିବାକୁ ବିମାନ ଅପରେଟରମାନଙ୍କୁ କୁହାଯାଇଛି।

Comments are closed.