ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ରାଞ୍ଚି, ୧୮।୧୨: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ସଙ୍ଗୀନ ଦୁଷ୍କର୍ମ ଅଭିଯୋଗ ଆସିଛି। ମୁମ୍ୱାଇର ଜଣେ ମଡେଲ ଏହି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ଜାତୀୟ ମହିଳା କମିଶନ ମାମଲାକୁ ଗୁରୁତର ସହ ନେଇଛନ୍ତି। ମହିଳା କମିଶନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କେବଳ ଦୁଷ୍କର୍ମ ନୁହେଁ ଧମକ ଦେବାର ଅଭିଯୋଗ ମଧ୍ୟ ରହିଛି। ୨୦୧୩ରେ ହେମନ୍ତ ମୁଖ୍ୟମନ୍ତ୍ରୀ ନଥିବା ବେଳେ ଏହି ଅଭିଯୋଗ ଆଣିଥିଲେ ମଡେଲ ଜଣକ। ଏବେ ମାମଲାର ଷ୍ଟାଟସ ରିପୋର୍ଟ କଣ ରହିଛି ଜାଣିବା ପାଇଁ ମହାରାଷ୍ଟ୍ର ଡିଜିପିଙ୍କୁ ଜବାବ ମାଗିଛନ୍ତି ଜାତୀୟ ମହିଳା କମିଶନ। ମଡେଲ, ହେମନ୍ତ ସୋରେନଙ୍କ ସହ ସୁରେଶ ନାଗରେ ନାମକ ବ୍ୟକ୍ତିଙ୍କ ନାମ ମଧ୍ୟ ଅଭିଯୋଗ ଆଣିଛନ୍ତି।

Comments are closed.