ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରିର ନକଲି ବିଜ୍ଞାପନ ଦେଇ ୪ ଗିରଫ

ନୂଆଦିଲ୍ଲୀ, ୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରି ହେଉଛି। ସେ ପୁଣି ସାଢ଼େ ୭ କୋଟି ଟଙ୍କାରେ। ଏଠାରେ ରୁମ୍‌, ପାର୍କିଂ ସୁବିଧା ସବୁ ଉପଲବ୍ଧ। ଓଏଲ୍‌ଏକ୍ସରେ ଏଭଳି ବିଜ୍ଞାପନ ଦେଇ ଗିରଫ ହୋଇଛନ୍ତି ୪ ଅଭିଯୁକ୍ତ। ବାରାଣାସୀର ଭେଲୁପୁର ଥାନା ଅନ୍ତର୍ଗତ ଜବାହର ନଗର ଏକ୍ସଟେନଶନରେ ରହିଛି ମୋଦିଙ୍କର ଏହି ସଂସଦୀୟ କାର୍ଯ୍ୟାଳୟ। ଅଭିଯୁକ୍ତମାନେ ଏହି କାର୍ଯ୍ୟାଳୟର ଫଟୋ ଉଠାଇ ଓଏଲ୍‌ଏକ୍ସରେ ଛାଡ଼ିଥିଲେ ଓ ଏହି ଘର ସାଢ଼େ ୭ କୋଟିର ବୋଲି ଲେଖିଥିଲେ।

ଯେତେବେଳେ ମାମଲା ପୁଲିସ ନିକଟକୁ ଆସିଥିଲା, ଏହାପରେ ଓଏଲ୍‌ଏକ୍ସର  ବିଜ୍ଞାପନରୁ ହଟାଯାଇଥିଲା। ପୁଲିସ ଏହି ମାମଲାରେ ଏଫ୍‌ଆଇଆର ରୁଜୁ କରିଥିବା ବେଳେ, ୪ ଜଣଙ୍କୁ ଗିରଫ କରିଛି। ପୋଲିସର କହିବା ଅନୁସାରେ, ଯେଉଁ ବ୍ୟକ୍ତି ଫଟୋ ଉଠାଇ ଓଲ୍‌ଏକ୍ସ  ରେ ଦେଇଥିଲେ, ତାଙ୍କୁ ଗିରଫ କରାଯାଇ ସାରିଛି।

ଉଲ୍ଲେଖନୀୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସଂସଦୀୟ କ୍ଷେତ୍ରରେ ଏହି କାର୍ଯ୍ୟାଳୟ ତିଆରି କରିଛନ୍ତି। ଯେଉଁଠିକୁ ସାଧାରଣ ଲୋକ ନିଜର ସମସ୍ୟା ଜଣାଇବାକୁ ଆସିଥାନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କାର୍ଯ୍ୟାଳୟ ବାରାଣାସୀର ଭେଲୁପୁର ଥାନା ଅନ୍ତର୍ଗତ ଜବାହର ନଗର ଏକ୍ସଟେନଶନରେ ରହିଛି। ମୋଦି ଲଗାତାର ବାରଣାସୀର ଲୋକଙ୍କ ସହ ଯୋଗାଯୋଗରେ ଅଛନ୍ତି। ନିକଟରେ ମଧ୍ୟ ବାରଣାସୀ ଯାତ୍ରା କରିଥିଲେ।

Comments are closed.