ଲଲାଟ ମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର-୨୦୨୧
ଭୁବନେଶ୍ବର,୨୭।୫: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୧ ମସିହା ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି। ୨୦୨୧ ମସିହା ଧର୍ମପଦ ପୁରସ୍କାର ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ଚୟନ କରାଯାଇଛି। ଏହାସହ ଅନ୍ୟ ୫ ବରିଷ୍ଠ ଚିତ୍ରଶିଳ୍ପୀ ମଧ୍ୟ ଶିଳ୍ପୀ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ୫ ଚିତ୍ରଶିଳ୍ପୀ ହେଲେ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗାଚରଣ ପଣ୍ଡା ଓ ଦେବେନ୍ଦ୍ର ମିଶ୍ର।
ଓଡ଼ିଶା ସରକାରଙ୍କ ପକ୍ଷରୁ ଚିତ୍ରକଳା ଓ ସ୍ଥାପତ୍ୟ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଏହା ସର୍ବୋଚ୍ଚ ସମ୍ମାନ। ଏହି ପୁରସ୍କାର ଓ ସମ୍ୱର୍ଦ୍ଧନା ୧୯୮୭ ମସିହାରୁ ପ୍ରଦାନ କରାଯାଇ ଆସୁଛି। ତେବେ ଧର୍ମପଦ ପୁରସ୍କାର ପାଇଁ ୫ ଲକ୍ଷ ଟଙ୍କା ଓ ଶିଳ୍ପୀ ସମ୍ୱର୍ଦ୍ଧନା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।
Comments are closed.