ଲଲାଟ ମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର-୨୦୨୧

0

ଭୁବନେଶ୍ବର,୨୭ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୧ ମସିହା ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି। ୨୦୨୧ ମସିହା ଧର୍ମପଦ ପୁରସ୍କାର ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ଚୟନ କରାଯାଇଛି ଏହାସହ ଅନ୍ୟ ୫ ବରିଷ୍ଠ ଚିତ୍ରଶିଳ୍ପୀ ମଧ୍ୟ ଶିଳ୍ପୀ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ୫ ଚିତ୍ରଶିଳ୍ପୀ ହେଲେ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗାଚରଣ ପଣ୍ଡାଦେବେନ୍ଦ୍ର ମିଶ୍ର

ଓଡ଼ିଶା ସରକାରଙ୍କ ପକ୍ଷରୁ ଚିତ୍ରକଳା ଓ ସ୍ଥାପତ୍ୟ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଏହା ସର୍ବୋଚ୍ଚ ସମ୍ମାନ ଏହି ପୁରସ୍କାର ଓ ସମ୍ୱର୍ଦ୍ଧନା  ୧୯୮୭ ମସିହାରୁ ପ୍ରଦାନ କରାଯାଇ ଆସୁଛି ତେବେ ଧର୍ମପଦ ପୁରସ୍କାର ପାଇଁ ୫ ଲକ୍ଷ ଟଙ୍କା ଓ ଶିଳ୍ପୀ ସମ୍ୱର୍ଦ୍ଧନା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

Leave A Reply

Your email address will not be published.