ବ୍ରିଟେନ୍ ଫେରନ୍ତାଙ୍କ ସଂଖ୍ୟା ରାଜଧାନୀରେ ସର୍ବାଧିକ

ଭୁବନେଶ୍ବର, ୨୪।୧୨: ବ୍ରିଟେନ ଫେରନ୍ତାଙ୍କୁ ନେଇ ଆଜି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୧୪ ଦିନ ଭିତରେ ବ୍ରିଟେନ୍‌ରୁ ଓଡ଼ିଶା ଆସିଛନ୍ତି ୪୩ ଜଣ ଯାତ୍ରୀ। ସେଥିମଧ୍ୟରୁ ଭୁବନେଶ୍ବରକୁ ଫେରିଛନ୍ତି ସର୍ବାଧିକ ବ୍ରି‌ଟେନ୍‌ ଫେରନ୍ତା। ଫେରିଥିବା ୪୩ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରର ହେଉଛନ୍ତି ୨୧ ଜଣ। ସେହିପରି ଖୋର୍ଦ୍ଧାକୁ ୨ ଜଣ, କଟକକୁ ୫ଜଣ, କୋରାପୁଟକୁ ୩ ଜଣ, ବ୍ରହ୍ମପୁରକୁ ୩ ଜଣ ନୟାଗଡ ଓ ନବରଙ୍ଗପୁର ଜିଲ୍ଲାକୁ ୨ ଜଣ ଲେଖାଏଁ ଫେରିଛନ୍ତି। ଅନ୍ୟପଟେ ଯାଜପୁର, ରାଜଗାଙ୍ଗପୁର, ସମ୍ବଲପୁର, ଜଗତସିଂହପୁର ଓ ସାକ୍ଷୀଗୋପାଳକୁ ଜଣେ ଲେଖାଏଁ ଯାତ୍ରୀ ବ୍ରିଟେନ୍‌ରୁ ଫେରିଛନ୍ତି। ଏମାନଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏଙ୍କୁ ଚିଠି ‌ଲେଖିଛନ୍ତି। ଆରଟିପିସିଆର ଟେଷ୍ଟ, କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ଷ୍ଟ୍ରେନ ୫୦ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏଣୁ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ବାହାରିବା ପରେ ସତର୍କତା ଜାରି କରାଯାଇଛି।

Comments are closed.