ପ୍ରକାଶ ପାଇଲା ନୂଆ କରୋନା ଭୂତାଣୁର ୭ ଲକ୍ଷଣ

0

ଭୁବନେଶ୍ବର, ୨୪।୧୨: କରୋନାର ନୂଆ ଷ୍ଟ୍ରେନ୍‌ ସହ ନୂ୍ଆ ଲକ୍ଷଣ ସାମ୍‌ନାକୁ ଆସିଛି। ବ୍ରିଟେନର ନ୍ୟାସନାଲ ହେଲଥ ସର୍ଭିସ୍ (ଏନ୍ଏସ୍ଏଚ୍) କହିଛି ଯେ କରୋନା ଭୂତାଣୁର ୭ଟି ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ଏଥିପାଇଁ ଦେଶବାସୀଙ୍କୁ ସତର୍କ ରହିବାକୁ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କହିଛି। କରୋନାର ସାଧାରଣ ଲକ୍ଷଣ ଜ୍ୱର, ଶୁଖିଲା କାଶ, ସ୍ୱାଦ, ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ରହିଛି। ହେଲେ ଏବେ ନୂଆ ଲକ୍ଷଣ ବି ଦେଖାଗଲାଣି। ଭୋକ ନ ହେବା, ଅଳସୁଆ ଅନୁଭବ ହେବା, ମାନସିକ ଭ୍ରମ ସୃଷ୍ଟି ହେବା, ମାଂସପେଶୀରେ ଯନ୍ତ୍ରଣା ହେବା, ଚର୍ମ ଲାଲ ପଡ଼ିଯିବା, ଝାଡ଼ା ଓ ମୁଣ୍ଡ ବ୍ୟଥା ଆଦି କରୋନାର ନୂଆ ଲକ୍ଷଣ।
ନିକଟରେ ଡିସେମ୍ବର ୧୯ରେ ଡାଉନିଂ ଷ୍ଟ୍ରିଟରେ ଭିଡିଓ କନଫରେନସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀ କରି ବ୍ରିଟିସ୍ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ଶନ୍ କରୋନାର ନୂଆ ରୂପ ବାବଦରେ କହିଥିଲେ। ଏହି ଭୂତାଣୁ ଲଣ୍ଡନ ଓ ଇଂଲଣ୍ଡର ଦକ୍ଷିଣ-ପୂର୍ବରେ ଶୀଘ୍ର ବ୍ୟାପିଛୁ ବୋଲି କହିଥିଲେ। ଏବେ ଚିହ୍ନଟ ହେଉଥିବା ଭୂତାଣୁ ୭୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇପାରେ ବୋଲି ବୋରିଶ କହିଥିଲେ।
ସେହିପରି ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହେନକାର୍କ ଗତକାଲି କରୋନା ବାବଦରେ ସୂଚନା ଦେଇ କହିଥିଲେ ୟୁକେରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ। ଏବେ ଏହି ଦୁଇ ଜଣ ବ୍ରିଟେନ ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏମିତିକି ୧୫ ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ସମସ୍ତ ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

Leave A Reply

Your email address will not be published.