ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର ଦାବି; ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

0

ଭୁବନେଶ୍ୱର, ୩୧/୩: ମିଳିତ ବିରୋଧୀ ଦଳର ଏକ ୪୯ ଜଣିଆ ପ୍ରତିନିଧି ଦଳ ଲୋକଭବନରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। କଟକ ବଡ଼ଡାକ୍ତରଖାନାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ମୃତ୍ୟୁ ଘଟଣା ପାଇଁ ଦାୟୀ ସମସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରି ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ବିଜୁ ଜନତା ଦଳ, କଂଗ୍ରେସ, ସିପିଆଇ(ଏମ), ସିପିଆଇ, ସିପିଆଇ(ଏମଏଲ) ଲିବରେସନ, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଏନସିପି (ଶରଦ ପୱାର), ସମତା କ୍ରାନ୍ତି ଦଳ ଓ ଆରଜେଡିର ନେତାମାନେ ଅଂଶଗ୍ରହଣ କରିଥିଲେ।

ବିଜେଡିର ବରିଷ୍ଠ ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ କୁମାର ସାମନ୍ତରା, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟି ରାଜ୍ୟ ନେତା ପ୍ରଦୀପ କୁମାର ମିଶ୍ର ଓ ଆରଜେଡି ରାଜ୍ୟ  ସାଧାରଣ ସମ୍ପାଦକ ହେମନ୍ତ କୁମାର ସହିତ ବିଭିନ୍ନ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

ପ୍ରତିନିଧି ଦଳରେ ବିଜୁ ଜନତା ଦଳ ପକ୍ଷରୁ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ପ୍ରୀତିରଞ୍ଜନ ଘରାଇ, ସୁମିତ୍ରା ଜେନା, ପ୍ରଶାନ୍ତ ମୁଦୁଳି, ଭୃଗୁ ବକ୍ସିପାତ୍ର, ପ୍ରଫୁଲ୍ଲ ସିଂହ, ସୁବାଶ ସିଂହ, ସୁଲୋଚନା ଦାସ, ମନମଥ ରାଉତରାୟ, ବିଜୟ ନାୟକ, ଲେନିନ ମହାନ୍ତି, ଚିନ୍ମୟ ସାହୁ, ଇପ୍ସିତା ସାହୁ ଓ ସୁରେନ୍ଦ୍ର ମହାପାତ୍ର ଅଂଶଗ୍ରହଣ କରିଥିଲେ। କଂଗ୍ରେସ ଦଳ ପକ୍ଷରୁ  ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ଲଳାଟେନ୍ଦୁ ମହାପାତ୍ର, ସିଦ୍ଧାର୍ଥ ସ୍ୱରୂପ ଦାଶ, ମୀନାକ୍ଷୀ ବାହିନୀପତି, ରବି ମଲ୍ଲିକ, ସୁରେଶ ମହାପାତ୍ର, ରଞ୍ଜିତ ପଟ୍ଟରା, ସି ଏସ ରାଜନ ଏକ୍କା ଓ ପ୍ରକାଶ ଜେନା ଉପସ୍ଥିତ ଥିଲେ, ସି ପି ଆଇ ପକ୍ଷରୁ ଏନ୍. ନାରାୟଣ ରେଡ୍ଡି, ଜୟନ୍ତ ଦାସ, ସି ପି ଆଇ (ଏମ୍) ପକ୍ଷରୁ ବିଷ୍ଣୁ ଚରଣ ମହାନ୍ତି, ବଦ୍ରୀ ନାରାୟଣ ଦାସ, ସିପିଆଇ(ଏମଏଲ) ଲିବରେସନ ମହେନ୍ଦ୍ର ପରିଡା, ବିଧାନ ଦାସ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ତରଫ ରୁ ଲକ୍ଷ୍ମୀ  ପ୍ରମୁଖ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ।

ସ୍ମାରକପତ୍ରରେ ମୁଖ୍ୟ ଦାବିଗୁଡ଼ିକ ହେଲା— ଏହି ଅଗ୍ନିକାଣ୍ଡ ଘଟଣାରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଏକ ଵ୍ୟଵସ୍ଥାକୃତ ହତ୍ୟା। ଏଥିପାଇଁ  ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ପାଇଁ ମିଳିତ ବିରୋଧୀ ଦଳ ଦାବି କରିଛନ୍ତି।  ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସହ ସମସ୍ତ ଦାୟୀ ଅଧିକାରୀଙ୍କୁ ଗିରଫ କରାଯାଉ, ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ନେତୃତ୍ୱରେ ନ୍ୟାୟିକ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରକାଶ କରିବା,ପ୍ରତ୍ୟେକ ମୃତକଙ୍କ ପରିବାରକୁ  ୧ କୋଟି ଟଙ୍କା ଆର୍ଥିକ ସହାୟତା ଏବଂ ପରିବାର ର  ଜଣେ ସଦସ୍ୟଙ୍କୁ ଚାକିରୀ ଦିଆଯାଉ। ଆହତ ମାନଙ୍କୁ ଉନ୍ନତ ଏବଂ ମାଗଣା ଚିକିତ୍ସା ପ୍ରଦାନ କରାଯାଉ।

ସମସ୍ତ ସରକାରୀ ହସ୍ପିଟାଲରେ  ତୁରନ୍ତ ଫାୟାର ସେଫ୍ଟି ଅଡିଟ୍ କରାଯାଉ, ପ୍ରତ୍ୟେକ ମୃତକଙ୍କ ପରିବାରକୁ  ୧ କୋଟି ଟଙ୍କା ଆର୍ଥିକ ସହାୟତା ଏବଂ ପରିବାର ର  ଜଣେ ସଦସ୍ୟଙ୍କୁ ଚାକିରୀ ଦିଆଯାଉ। ଆହତ ମାନଙ୍କୁ ଉନ୍ନତ ଏବଂ ମାଗଣା ଚିକିତ୍ସା ପ୍ରଦାନ କରାଯାଉ।

 

Leave A Reply

Your email address will not be published.