ପେଟ୍ରୋଲ, ଡିଜେଲ୍‌ରୁ କେନ୍ଦ୍ର ହଟାଇଲା ଏକ୍‌ସାଇଜ୍‌ ଡ୍ୟୁଟି

ପେଟ୍ରୋଲ ଲିଟର ପିଛା ୯ଟାଙ୍କା ୫୦ ଓ ଡିଜେଲ ୭ଟଙ୍କା କମିବ

0

ନୂଆଦିଲ୍ଲୀ, ୨୧।୫: ଶନିବାର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨ଟି ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିବା ସହ ଉଜ୍ଜ୍ୱଳା ଯୋଜନାରେ ଲାଭାର୍ଥିଙ୍କୁ ୨୦୦ ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡରର ସବ୍‌ସିଡ୍‌ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ଗୋଟିଏ ପଟେ ପେଟ୍ରୋଲ ଡିଜେଲର ଏକ୍ସାଇଜ ଡ୍ୟୁଟି କମ୍‌ କରି ପେଟ୍ରୋଲର ଦାମ୍‌ରେ ୮ ଓ ୬ ଟଙ୍କା ଏକ୍ସାଇଡ ଡ୍ୟୁଟି କମ୍ କରି ଦେଇଛନ୍ତି। ଏହାପରେ ପେଟ୍ରୋଲର ଦାମ୍ ୯.୫ ଟଙ୍କା ପ୍ରତି ଲିଟର ଓ ଡିଜେଲର ଦାମ ୭ ଟଙ୍କା ପ୍ରତି ଲିଟର ହ୍ରାସ ହୋଇଯିବ।

ଏହାସହ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୯ କୋଟିରୁ ଅଧିକ ଲାଭାର୍ଥିଙ୍କୁ ୨୦୦ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡର (୧୨ ଟି ସିଲିଣ୍ଡର ଯାଏ)ର ସବ୍‌ସିଡି ଦେବାକୁ ଘୋଷଣା କରିଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି ଏଥିରେ ଆମର ମାଆ ଓ ଭଉଣୀଙ୍କୁ ସାହାଯ୍ୟ ମିଳିବ।

ଇନ୍ଧନ ହ୍ରାସ କରିବା ଓ ଉଜ୍ଜ୍ୱଳା ଯୋଜନା ଅନୁସାରେ ୯କୋଟି ଲାଭାର୍ଥିଙ୍କୁ ସବ୍‌ସିଡି ଦେବାର ଘୋଷଣା ଉପରେ ପିଏମ୍‌ ମୋଦି ଟ୍ୱିଟ୍‌ କରିଛନ୍ତି । ସେ କହିଛନ୍ତି , ସର୍ବଦା ଆମ ପାଇଁ ସାଧାରଣ ଲୋକମାନେ ପ୍ରଥମେ । ଆଜିର ନିଷ୍ପତ୍ତିରେ ବିଶେଷ ରୂପେ ପେଟ୍ରୋଲ ଓ ଡିଜେଲର ଦାମ୍‌ରେ ଉଲ୍ଲେଖନୀୟ ହ୍ରାସ ଏହାର ପ୍ରମାଣ ।

Leave A Reply

Your email address will not be published.