ସିଲ୍‌ ହେଲା ମାର୍କେଟ ବିଲ୍ଡିଂର ୩୧ ଦୋକାନ

0

ଭୁବନେଶ୍ୱର ୨୧୫: ମାର୍କେଟ ବିଲ୍ଡିଂର ୩୧ଟି ଦୋକାନକୁ ସିଲ୍ କରାଯାଇଛି। ସାଢେ଼ ତିନି କୋଟି ଟଙ୍କା ଘର ଭଡ଼ା ବକେୟା ଟଙ୍କା ପୈଠ କରିନଥିବାରୁ ଏହି ୩୧ଟି ଦୋକାନକୁ ସିଲ୍ କରିଛି ‘ରାଜଧାନୀ ପୂଜା ସମିତି। ଦୀର୍ଘ ବର୍ଷ ହେଲା ଦେଉ ଏହି ବ୍ୟବସାୟୀମାନେ ଭଡ଼ା ଦେଉନଥିବାରୁ ସମିତି ପକ୍ଷରୁ ଏମିତି କରାଯାଇଥିବା ଜଣାପଡ଼ିଛି। ଏହି କାରଣରୁ ବାଧ୍ୟ ହୋଇ ଦୋକାନଗୁଡ଼ିକୁ ସିଲ୍ କରିଛି ରାଜଧାନୀ ପୂଜା ସମିତି ସମିତିର ସଭାପତି ଅବନୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଦୋକାନ ସବୁ ସିଲ୍ କରାଯାଇଥିବା ସୂଚନା ମିଳିଛିତେବେ କିଛି ଦୋକାନୀ ଅଳ୍ପ ପେମେଣ୍ଟ କରିବା ଯୋଗୁ ସିଲ୍ ନକରି ଛାଡ଼ି ଦେଇଛି ସମିତି ଆଦାୟ ଟଙ୍କାରେ ସ୍ଥାନୀୟ ମନ୍ଦିରର ଉନ୍ନତିରେ ଲାଗିବ ବୋଲି କହିଛନ୍ତି ସଭାପତି ଅବନୀ କାନ୍ତ ପଟ୍ଟନାୟକ ସମିତି ୭୨ଟି ଦୋକାନକୁ ଭଡ଼ା ଦେଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.