ନୌଶେରା ସେକ୍ଟରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି: ଜବାନଙ୍କ ସହ ପାଳିବେ ଦୀପାବଳି

ଜମ୍ମୁକଶ୍ମୀର, ୪।୧୧: ପ୍ରତିବର୍ଷ ଭଳି ଏଥର ମଧ୍ୟ ଆଜି ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୈନିକମାନଙ୍କ ସହ ଦୀପାବଳି ପାଳନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ନୋଶେରା ସେକ୍ଟରରେ ପହଞ୍ଚିଛନ୍ତି।  ଯେଉଁଠାରେ ସେ ଆଜି ସୈନିକମାନଙ୍କ ସହ ଦୀପାବଳି ପାଳନ କରିବେ। ପୁଞ୍ଚରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ସମୟରେ ପିଏମ୍‌ ମୋଦୀ ଏଠାରେ ପହଞ୍ଚିଛନ୍ତି। ଏହି ସମୟରେ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୀପାବଳିକୁ ସୈନିକମାନଙ୍କ ସହ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଜନା ନିଶ୍ଚିତ ଭାବରେ ସୈନିକମାନଙ୍କ ମନୋବଳ ବୃଦ୍ଧି କରିବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିବର୍ଷ ସୈନିକମାନଙ୍କ ସହ ଦୀପାବଳି ପାଳନ କରନ୍ତି ଏବଂ ଏଥିପାଇଁ ସେ ପ୍ରତିବର୍ଷ ବିଭିନ୍ନ ସୀମା ଅଞ୍ଚଳରେ ଅବସ୍ଥିତ ଭାରତୀୟ ସେନାର ବେସ୍‌ କ୍ୟାମ୍ପକୁ ଯାଆନ୍ତି। ଦୀପାବଳି ଦିନ ପ୍ରଧାନମନ୍ତ୍ରୀ ମୋଦୀ ସୈନିକମାନଙ୍କ ସହିତ ଏହି ପର୍ବ ପାଳନ କରନ୍ତି ଏବଂ ସମୟ ବିତାନ୍ତି।

Comments are closed.