ଅଭୟ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୁଲିସ: ସ୍କାଏ କିଙ୍ଗ ଠକେଇ ମାମଲାରେ ପଚାରାଉଚରା କରିପାରେ

ଭୁବନେଶ୍ବର, ୨୧।୧୨: ପୁଅ ପରେ ଏବେ ବାପାଙ୍କ ପାଳି। ଅଭୟ ପାଠକଙ୍କୁ ଏବେ ରିମାଣ୍ଡରେ ନେବ ପୁଲିସ୍। ନେଇ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ଅଭୟଙ୍କ ୨ ଦିନିଆ ରିମାଣ୍ଡ ପାଇଁ କମିସନରେଟ୍ ପୁଲିସ୍ ଆବେଦନ କରିଛି। ସ୍କାଏ କିଙ୍ଗ ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରିପାରେ ପୁଲିସ। ବୁଧବାର କୋର୍ଟରେ ଆକାଶ ପାଠକ, ଅଭୟ ପାଠକ ଏବଂ ସର୍ବେଶ୍ବରଙ୍କ ଶୁଣାଣି ହୋଇପାରେ।

ଆଜି ଆକାଶ ପାଠକଙ୍କ ଚାରି ଦିନିଆ ରିମାଣ୍ଡର ଅବଧି ଶେଷ ହୋଇଛି। ରିମାଣ୍ଡ ପରେ କୋର୍ଟରେ ହାଜର ହୋଇ ପୁଣି ଜେଲ୍ଗଲେ ଆକାଶ ପାଠକ। ସ୍କାଏ କିଙ୍ଗ ଠକେଇ ମାମଲାରେ ରିମାଣ୍ଡରେ ଆସିଥିଲେ।ସ୍କାଏ କିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ମାରାଥନ ଜେରା କରିଥିଲା କମିସନରେଟ୍ପୁଲିସ୍ ଜେରା ସମୟରେ ପୁଲିସ୍ଆଗରେ ଆକାଶ ସ୍କାଏ କିଙ୍ଗକୁ ଠକିଥିବା ମାନିଛନ୍ତି। ପୂର୍ବରୁ ଭିଜିଲାନ୍ସ, କ୍ରାଇମ୍ବ୍ରାଞ୍ଚ ଆଗରେ ଆକାଶ କହିଥିଲେ, ସେ ଟାଟା ମୋଟର୍ସର ଏମ୍ଡି ନଥିଲେ। କମିସନରେଟ୍ପୁଲିସ୍କୁ ମଧ୍ୟ ସମାନ କଥା କହିଛନ୍ତି। ଚାର୍ଟର୍ବିମାନ ଭଡ଼ା ଠକେଇ ନେଇ ଟ୍ରାଭେଲ୍ ସଂସ୍ଥା ସ୍କାଏ କିଙ୍ଗ୍ପକ୍ଷରୁ ହୋଇଥିବା ମାମଲାରେ ଆକାଶ ପାଠକଙ୍କୁ କମିଶସରେଟ ପୁଲିସ୍ମୁଖ୍ୟାଳୟରେ ଜେରା କରାଯାଇଛି। ଜେରା ସମୟରେ ଠକେଇର ବିଭିନ୍ନ ଉପାୟ ସମ୍ପର୍କରେ ପୁଲିସ୍ହାତରେ ଠୋସ୍ପ୍ରମାଣ ଲାଗିଛି।

Comments are closed.