ବରଯାତ୍ରୀ ପ୍ରୋସେସନ୍‌କୁ ମିଳିଲା ଅନୁମତି: ବାଣ, ବାଜା ରୋଷଣୀ ସହ ଯାଇପାରିବ ବର

ଭୁବନେଶ୍ବର, ୧୨।୧: ବରଯ‌ାତ୍ରୀଙ୍କ ପ୍ରୋସେସନ୍‌ ପାଇଁ ମିଳିଲା ଅନୁମତି। କରୋନ‌ା କଟକଣା ମଧ୍ୟରେ ବରଯାତ୍ରୀକୁ ଅନୁମତି ଇେଛନ୍ତି ରାଜ୍ୟ ସରକାର।  ଏଣିକି ବର ଯିବା ବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ ଯାଇପାରିବେ। ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ହେବ ଓ ସମସ୍ତ ପ୍ରକାରର କୋଭିଡ୍ ନିୟମାବଳୀ ମାନିବାକୁ ପଡ଼ିବ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଆଜି ଏନେଇ ସମସ୍ତ ଜିଲ୍ଲାପାଳ, ଏସପି, ମ୍ୟୁନିସପାଲ କମିସନର ଓ ପୁଲିସ କମିସନରଙ୍କୁ ଚିଠି ଲେଖି ବିବାହ ଓ ଅନ୍ତେଷ୍ଟି ଶୋଭାଯାତ୍ରା ପାଇଁ ସାନି ଗାଇଡଲାଇନ୍ ଜାରି କରିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ବିବାହ ଶୋଭାଯାତ୍ରା ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ବର, କନ୍ୟା, ବରଯାତ୍ରୀ, ପୂଜକ, ବନ୍ଧୁବାନ୍ଧବ,ସାଙ୍ଗସାଥୀ, ବ୍ୟାଣ୍ଡ ପାର୍ଟି ସଦସ୍ୟ, ଲାଇଟ୍ ଓ ସାଉଣ୍ଡ ସଦସ୍ୟଙ୍କୁ ମିଶାଇ ଏହି ସଂଖ୍ୟା ସର୍ବାଧିକ ୨୦୦ ରହିବ ବୋଲି କହିଛନ୍ତି। ସେହିପରି ଅନ୍ତେଷ୍ଟି କ୍ରିୟା ବା ଅନ୍ତିମ ସଂସ୍କାର ସମୟରେ ସର୍ବାଧିକ ୧୦୦ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ। ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ। କୌଣସି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦% ଏବଂ ଖୋଲା ସ୍ଥାନରେ ପଡ଼ିଆର ଆକାର ହିସାବରେ ଲୋକଙ୍କୁ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଛି।

Comments are closed.