ଭୁବନେଶ୍ବର ତରୁ ଆପାର୍ଟମେଣ୍ଟ ସିଲ୍‌

ଭୁବନେଶ୍ବର, ୬।୪: ଭୁବନେଶ୍ୱରରେ ଆପାର୍ଟମେଣ୍ଟ ସିଲ୍‌ କଲା ବିଏମ୍‌ସି । ଟଙ୍କପାଣି ରୋଡ୍‌ସ୍ଥିତ ତରୁ ଆପାର୍ଟମେଣ୍ଟକୁ ସିଲ୍‌ କରିଛନ୍ତି ବିଏମ୍‌ସି କର୍ତୃପକ୍ଷ। ତରୁ ଆପାର୍ଟମେଣ୍ଟରେ କରୋନାର ଅନେକ ମାମଲା ସାମ୍ନାକୁ ଆସିବା ପରେ ବିଏମ୍‌ସି ପକ୍ଷରୁ ଏହାକୁ ସିଲ୍‌ କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୧୦ ଦିନ ପାଇଁ ଏହାକୁ ସିଲ୍‌ କରାଯାଇଥିବା ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ ସୂଚନା ଦିଆଯାଇଛି ।

ଏପ୍ରିଲ ୬ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହାକୁ ସିଲ୍‌ କରାଯାଇଛି ।  ଏହାର ପରିସରକୁ ସାନିଟାଇଜ୍‌ କରାଯିବ ସହ ବାସିନ୍ଦାମାନଙ୍କୁ କୋଭିଡ୍‌ କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି ।

ଲୋକମାନଙ୍କୁ ଜରୁରୀ ସାମଗ୍ରୀ ଓ୍ୱାର୍ଡ ଅଫିସର୍‌ ଯୋଗାଇ ଦେବେ ବୋଲି କୁହାଯାଇଛି । ଏହି ଆପାର୍ଟମେଣ୍ଟରେ କୋଭିଡ୍‌ ଲକ୍ଷଣ ଥିବା ଲୋକମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି।

Comments are closed.