ଶ୍ରେଣୀଗୃହରେ ହେଉଥିବା ପାଠପଢ଼ାର ରେକର୍ଡ ଭର୍ସନ ରହିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୩।୧: ଚଳିତ ମାସରେ ରାଜ୍ୟରେ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ। ଜାନୁଆରି ୧୧ ତାରିଖରୁ କେବଳ +୩ ଫାଇନାଲ୍‌ ଓ ପିଜିର ଶେଷ କ୍ଲାସ୍‌ ହେବ। ଶ୍ରେଣୀ ଗୃହରେ ହେଉଥିବା ପାଠପଢ଼ାର ରେକର୍ଡ ଭର୍ସନ ରହିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଶ୍ରୀ ସାହୁ କହିଛନ୍ତି, +୩ ଶେଷ ବର୍ଷର ପଞ୍ଚମ ସେମିଷ୍ଟାର ପରୀକ୍ଷା ମାର୍ଚ୍ଚ ୧୬ ତାରିଖରେ ଆରମ୍ଭ ହୋଇ ୩୧ ତାରିଖରେ ସରିବ। ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଜୁନ ୧୬ରୁ ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେହିପରି ପିଜି ଶେଷ ବର୍ଷର ୩ୟ ସେମିଷ୍ଟାର ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ୩୧ ତାରିଖରେ ସରିବ। ଫାଇନାଲ୍‌ ସେମିଷ୍ଟାର ଜୁନ ୧୬ରେ ଆରମ୍ଭ ହୋଇ ୩୦ ତାରିଖରେ ସରିବ। ଯେଉଁ ମାନଙ୍କର ସେମିଷ୍ଟାର ବ୍ୟବସ୍ଥା ନାହିଁ, ସେମାନଙ୍କର ପରୀକ୍ଷା ଜୁନ ୧୧ରେ ଆରମ୍ଭ ହୋଇ ଜୁନ ୩୦ରେ ସରିବ।”

ମନ୍ତ୍ରୀ କହିଛନ୍ତି, କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ କ୍ଲାସ ହେବ। କ୍ଲାସ୍‌ ରୁମ୍‌ରେ ହେଉଥିବା ପାଠପଢ଼ାର ରେକର୍ଡ ଭର୍ସନ ରହିବ। ଫଳରେ କୌଣସି ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଲେ, ସେଥିରୁ ଶିକ୍ଷା ଲାଭ କରିପାରିବେ। ନିଷ୍ପତ୍ତି ଅନୁସାରେ କେବଳ +୩ ଓ ପିଜିର ଶେଷ ବର୍ଷର ପିଲାମାନେ ଆସିବେ। ଅନ୍ୟ ପିଲାମାନେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ ନାହିଁ।

Comments are closed.