ପ୍ରଥମ ଥର ପାଇଁ ଦିଲ୍ଲୀକୁ ଗଲା ୭୩୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍

0

ନୂଆଦିଲ୍ଲୀ, ୬।୫: ଦିଲ୍ଲୀକୁ ପ୍ରଥମ ଥର ପାଇଁ ୭୩୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ମିଳିଲା। କୋର୍ଟଙ୍କ ତାଗିଦ୍‌ ପରେ ଦିଲ୍ଲୀର ଅକ୍ସିଜେନ କୋଟାକୁ ବଢ଼ାଇ ଦିଆଯାଇଛି। କରୋନାର ମାମଲା ବୃଦ୍ଧି ମଧ୍ୟରେ ଅକ୍ସିଜେନକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଜବରଦସ୍ତ ରାଜନୀତି ଦେଖିବାକୁ ମିଳୁଛି। ଏହି ଗୋଟିଏ ବିଷୟ ଉପରେ  ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ଟଣାଓଟରା ଲାଗିରହିଛି। ଉଭୟ ପରସ୍ପରକୁ ଅବହେଳା କରିବା ଓ ସମୟ ଥିବା ବେଳେ କୌଣସି ସମାଧାନ ନଖୋଜିବା ଅଭିଯୋଗ ଲଗେଇଛନ୍ତି । ଏବେ ଏନେଇ ସୁଖବର ଶୁଣିବାକୁ ମିଳିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ କହିଛନ୍ତି, କେନ୍ଦ୍ର ତରଫରୁ ପ୍ରଥମ ଥର  ତାଙ୍କୁ ୭୩୦ ଏମ୍‌ଟି ଅକ୍ସିଜେନ୍ ପଠାଯାଇଛି।  ଏହି କଥା ନେଇ ସେ ସରକାର ଓ କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏହି କଥା ଉପରେ ମଧ୍ୟ ଜୋର ଦିଆଯାଇଛି,  ତାଙ୍କୁ ଦିଲ୍ଲୀ  ପାଇଁ ପ୍ରତିଦିନ  ୭୦୦ ମେଟ୍ରିକ୍‌ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ଆବଶ୍ୟକ। କେବଳ ଗୋଟିଏ ଦିନ ଏତିକି ଅକ୍ସିଜେନ୍‌ ମିଳିବାରେ ଏହି ସଙ୍କଟକୁ ଦୂର କରାଯାଇ ପାରିବ ନାହିଁ। ସେ ଆଶା କରିଛନ୍ତି କି କେନ୍ଦ୍ର ତରଫରୁ ଦିଲ୍ଲୀକୁ ଲଗାତାର ୭୦୦ ମେଟ୍ରିକ୍‌ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ଉପଲବ୍ଧ କରାଯିବ। କେଜ୍ରିୱାଲ କହିଛନ୍ତି, ଏବେ ଅନେକ ହସ୍ପିଟାଲକୁ ବେଡ୍‌ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ସିଜେନ୍‌ର ସପ୍ଲାଇ ବଢ଼ିବାରୁ ଏବେ ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.