ବାଲିଅନ୍ତା, ୭/୫: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ନିକଟରେ ଦିନ ଦ୍ୱିପ୍ରହରରେ ସଂଘବଦ୍ଧ ଭାବେ ସୌମ୍ୟରଂଜନ ସ୍ବାଇଁଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ଘଟଣାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏହି ନୃଶଂସ ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଖୋଜୁଛି।
ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଓଲଟପୁର ମଉଜପୁର ଗ୍ରାମର ସୌମ୍ୟ ରଞ୍ଜନ ସ୍ବାଇଁ ପେଶାରେ ଜଣେ ରେଳବାଇ କନେଷ୍ଟବଳ ପାହ୍ୟାରେ କାର୍ଯ୍ୟରତ ଥିଲେ ଓ ଅନ୍ୟ ଜଣେ ଯୁବକ ଓମ୍ ପ୍ରକାଶ ମହାନ୍ତି ଚିକିତ୍ସା ପରେ ଥାନାରେ ଅଟକ ଅଛନ୍ତି|ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଦୁଇ ଯୁବତୀ ଏକ ସ୍କୁଟିରେ ବେଣୁପୁରରୁ ଭିଙ୍ଗର ଯାଉଥିବା ସମୟରେ ଏକ ଦ୍ରୁତଗାମୀ ବାଇକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଯୁବତୀ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ମାନବିକତା ଭୁଲି ଦୁର୍ଘଟଣା ଘଟାଇଥିବା ଯୁବକ ଜଣଙ୍କ ତାଙ୍କୁ ଜବରଦସ୍ତ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ସେଠାରେ ଉପସ୍ଥିତ ଥିବା ଯୁବକମାନେ ଦୁଇ ଯୁବକଙ୍କୁ ପ୍ରଥମେ କାବୁ କରିବା ସହ ଅତର୍କିତ ଭାବେ ଆକ୍ରମଣ କରିଥିଲେ।
ଘଟଣା ପଛରେ ଯାହାବି କାରଣ ଥାଉ ରାଜଧାନୀ ଛାତି ଉପରେ ଆଜି ବର୍ବରତା ସବୁ ସୀମା ଟପି ଯାଇଛନ୍ତି ଯୁବକ ମାନେ ପ୍ରାୟ ଅଧଘଣ୍ଟା ଧରି ଯୁବକକୁ ନିର୍ଦ୍ଧୁମ ଛେଚି ଚାଲିଥିଲେ ଏଥିରେ ମନ ମାନିନଥିଲା ଯେ ଯୁବକଙ୍କ ହାତ ଗୋଡକୁ ବାନ୍ଧି ଗୋଇଠା ବିଧା ମୁକା ମାରି ଚାଲିଥିଲେ ଦେଖଣା ହାରି ସାଜିଥିଲେ ରାସ୍ତାରେ ଯାତାୟାତ କରୁଥିବା ଲୋକେ। ଯୁବକ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଥିଲେ ମଧ୍ୟ କାହା ମନରେ ନଥିଲା ଦୟା। ବାଲିଅନ୍ତା ପୁଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଲୋକାରଣ୍ୟ ହୋଇଯାଇଥିଲା ନଦୀ ପଠା ବ୍ରିଜ ଉପରେ ପୁଲିସକୁ ଦେଖିବା ପରେ ମଧ୍ୟ ଯୁବକ ମାନେ ମାଡ଼ ମାରିବା ବନ୍ଦ କରି ନଥିଲେ। |ଯୁବକକୁ ଏକ ଲୁହା ପାଇପ ମଧ୍ୟରେ ଟାଙ୍ଗି ତାର ମୁହଁକୁ ଗୋଡ଼ରେ ମାରିବା ସହ ତାକୁ ନିର୍ଯାତନା ଦେଇଥିଲେ।
ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଚିକିତ୍ସା ପାଇଁ ସୌମ୍ୟଙ୍କୁ ମେଡ଼ିକାଲକୁ ନେଇଥିଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ବାଲିଅନ୍ତା ଥାନାକୁ ଆସିବା ପାଇଁ ସୂଚନା ଦିଆଯାଇଥିଲା। ପରିବାର ଲୋକେ ବାଲିଅନ୍ତା ଥାନାରେ ପହଞ୍ଚିବା ପରେ ପୁଅର ମୃତ୍ୟୁ ପାଇଁ ପୁଲିସ ଦାୟୀ ବୋଲି ସିଧାସଳଖ ଅଭିଯୋଗ କରିଥିଲେ। ପୁଲିସ ଉପସ୍ଥିତିରେ ଲୋକମାନେ ପୁଅକୁ ପିଟି ପିଟି ମାରିଦେଇଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜୋନ ୪ ଏସିପି ଅଭିମନ୍ୟୁ ନାୟକ, ଭୁବନେଶ୍ୱର ଡିସିପି ଜଗମୋହନ ମୀନା ବାଲିଅନ୍ତା ଥାନାରେ ପହଞ୍ଚିବା ସହ ଘଟଣା ସମ୍ପର୍କରେ ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ମୃତ ଯୁବକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ।
ଡ଼ିସିପିଙ୍କ ସୂଚନା ଅନୁସାରେ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି। ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯେଉଁ ମାନେ ଯୁବକଙ୍କୁ ମାଡ଼ ମାରିଛନ୍ତି ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।
Comments are closed.