ମେ’ ୪ରୁ ସିବିଏସ୍‌ସି ବୋର୍ଡ ପରୀକ୍ଷା

ଭୁବନେଶ୍ବର, ୩୧।୧୨: ଘୋଷଣା ହେଲା ସିବିଏସ୍‌ସି ବୋର୍ଡ ପରୀକ୍ଷା ତାରଖ। ପରୀକ୍ଷ‌େ ପାଇଁ ଅପେକ୍ଷା କରିଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ପରୀକ୍ଷା ସମୟରେ ସମସ୍ତ କରୋନା ଗାଇଡଲାଇନକୁ ଅନୁସରଣ କରିବା ବାଧ୍ୟତାମୂଳକ ହେବ। ମେ ରୁ ଜୁନ୍ ୧୦ ପର୍ଯ୍ୟନ୍ତ ଦଶମ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ ମାର୍ଚ୍ଚରୁ ଦ୍ବାଦଶ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ହେବ ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବା ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ ଯେ ସେ ୩୧ ଡିସେମ୍ବର ୨୦୨୦ ରେ ପରୀକ୍ଷା ତାରିଖ ଘୋଷଣା କରିବେ ଏହି ନିଷ୍ପତ୍ତି ପରେ, ଛାତ୍ରମାନେ ବହୁତ ଆଶ୍ବସ୍ତି ପାଇଥିଲେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲଙ୍କ ଘୋଷଣା ପରେ ପରୀକ୍ଷା ତାରିଖ ସିଟ୍ ସିବିଏସ୍‌ସିର cbse.nic.in ଅଫିସିଆଲ୍ ୱେବସାଇଟରେ ଡାଉନଲୋଡ୍ ପାଇଁ ଉପଲବ୍ଧ ହେବ।

 

Comments are closed.