ରବିବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ରାଜ୍ୟପାଳ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

0

ଭୁବନେଶ୍ୱର, ୦୮/୦୭: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୯ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ୯ ତାରିଖ ପୂର୍ବାହ୍ନରେ ଭୂବନେଶ୍ୱର ବିମାନ ବନ୍ଦରରୁ ନିଜସ୍ୱ ବାସଭବନ ଅଭିମୁଖେ ଯାତ୍ରା କରିବେ।

ସେହିଦିନ ଅପରାହ୍ଣରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯିବେ । ୧୦ ତାରିଖ ପୂର୍ବାହ୍ନରେ ଓଡ଼ିଶାର କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା ଥିଲାବେଳେ ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ନିକଟ ଜନତା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ । ୧୧ ତାରିଖ ପୂର୍ବାହ୍ନରେ ଏକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିଲାବେଳେ ଅପରାହ୍ଣରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ନେତା ସ୍ୱର୍ଗତ ପ୍ରଦୀପ୍ତ କୁମାର ଦାସଙ୍କ ଜନ୍ମ ଶତବାର୍ଷିକ ସମାରୋହରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇବେ । ୧୨ ତାରିଖ ପୂର୍ବାହ୍ନରେ ଛତିଶଗଡ଼, ରାୟପୁର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ଥିବା ରାଜଭବନରୁ ପ୍ରକାଶିତ ପ୍ରେସ୍‌ ବିବୃତିରୁ ଜଣାପଡ଼ିଛି ।

 

Leave A Reply

Your email address will not be published.