ଜେଲ୍‌ରୁ ବାହାରିଲେ ଅଭୟ ପାଠକ, ୬ ମାସ ପରେ ମିଳିଲା ଜାମିନ୍

ଭୁବନେଶ୍ବର, ୧୮।୬:  ଜେଲରୁ ମୁକୁଳିଲେ ବହିଷ୍କୃତ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ। ୬ ମାସ ପରେ ଜାମିନ୍‌ ମିଳିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ଅଭୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ଅଭୟ ପାଠକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ନଭେମ୍ବର ୨୭ ତାରିଖରେ ଅଭୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଏଥିସହିତ ତାଙ୍କ ନାମରେ ଆଉ ୨ଟି ଠକେଇ ମାମଲା ମଧ୍ୟ ଥିଲା। ଅଭୟଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ଜାମିନ ପାଇବା ପରେ ଶୁକ୍ରବାର ଜେଲରୁ ବାହାରିଲେ ଅଭୟ। ହେଲେ ତାଙ୍କ ପୁଅ ଆକାଶ ପାଠକ୍‌ ଏବେ ବି ଜେଲରେ ଅଛନ୍ତି। ସୂଚନା ଥାଉକି, ଅଭୟ ପାଠକଙ୍କ ଭାବି ସମୁଦି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲରୁ ବାହାରି ସାରିଛନ୍ତି।

Comments are closed.